ଶ୍ରୀମନ୍ଦିରକୁ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

ପୁରୀ: ଶ୍ରୀମନ୍ଦିରକୁ ଆଜି ଦାନ ଆସିଛି ସୁନାରେ ତିଆରି ୩ ସେଟ୍ ‘ସୂର୍ଯ୍ୟ-ଚନ୍ଦ୍ର’ । ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ପୁରୀ ଆସି ଶ୍ରୀ ମନ୍ଦିର ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି ।
ଏହି ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ୍ ସୁନା ଏବଂ ୮୨୨ ଗ୍ରାମ୍ ରୂପା ବ୍ୟବହାର ହୋଇଛି । ପରବର୍ତ୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ସୂର୍ଯ୍ୟ-ଚନ୍ଦ୍ର ଲାଗି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।